मुख्य सामग्री पर जाएँ
गीता मैत्री अंक ५जनवरी से जून २०२३
१२Linguistic Epiphanies

ଜୀବନ ପ୍ରବାହରେ ଲର୍ଣ୍ଣ ଗୀତାର ପ୍ରଭାବ

ഊർമ്മിള

ഊർമ്മിളേ നീയെന്തേ ജാനകിയായീല
ജനകൻറെ പുത്രി താനല്ലോ നീയും
പൈതൃകപെരുമതൻ ജൻമമാണെങ്കിലും
പാരിതിലാരും അറിഞ്ഞില്ല നിന്നെ
താതൻറെ സത്പുത്രിയാണു നീയെങ്കിലും
വളർത്തു പുത്രിയല്ലോ വൈദേഹിയായി..!
നിസ്തുലസ്നേഹ പ്രഭാവമായിട്ടും
നിനക്കായൊരു സ്തുതിയാരും ചൊല്ലിയില്ല....നിന്നെ
വേൾക്കാനായാരും അമ്പെടുത്തില്ല
നിനക്കായൊരു ശൈവചാപവും പണിതില്ല..!
പതിനാലു സംവത്സരം ഏകയായ് പതിതൻ ഭാതൃഭക്തിയാൽ വിരഹിണിയായി..
അശ്രുപൊടിയുമക്ഷികളാലന്തപുരത്തിൽ
അഹോരാത്രം വ്യഥ പൂണ്ടു വസിച്ചതും നീ.
രാമന് തുണയായി സീതക്ക് കാവലായി
പ്രാണൻറെ പാതിയാം ലക്ഷമണൻ
യാത്ര ചോദിക്കവേ..
അരുതെന്ന് വിലപിച്ചു നീ യെങ്കിലും ജ്യേഷ്ഠഭ്രാതാവല്ലോ സർവ്വവും എനിക്കെന്നോതി സൗമിത്രനുമപ്പോൾ..!
വിരഹത്തിൻ കനലൂതി നീറിപ്പിടയുവാൻ
എനിക്കെന്തിനീ കൊട്ടാരവും സൗഖ്യവും ആടയാഭരണങ്ങളുമെന്ന് നീ കേണതും
ഈരേഴു വത്സരങ്ങൾക്കപ്പുറം
കാണും വരെ മാതൃസേവ ചെയ്ത് തുണയേകണം ഭവതിയെന്ന്
ചൊല്ലിയതും നിൻഭവാനല്ലോ..!
നിർവ്വികാരമോടെ രാമപാദങ്ങളെ നോക്കി യാത്രയാം പ്രിയകാന്തനോ
ഇതിഹാസമെഴുതിയ വാല്മീകിയോ സ്മരിച്ചില്ല ചുടുകണ്ണീരാൽ ഹോമിച്ചു തീർത്ത നിൻ യൗവ്വനവും പ്രണയവും..!
ഭൂമിപുത്രിയല്ല ഭൂമിയേക്കാൾ ക്ഷമയുള്ള
രാമായണം വാഴ്ത്തിപാടാത്ത പതിവ്രതേ.. മറന്നുവോ നിന്നെ ആദികവിയും..!
ഊർമ്മിളേ നീയൊരു വിലാപകാവ്യം
നിൻറെ കരൾകത്തുമഗ്നിജ്വാലയിൽ കറയേതു മില്ലാതെ വിളങ്ങുന്നു നീ..
കറയേതുമില്ലാതെ വിളങ്ങുന്നു നീ..!

  • Hemalatha Krishnadas.

ଶ୍ରୀ ଭଗବାନ ଗୀତାରେ କହିଛନ୍ତି;
ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ।
ଅଭ୍ୟୁତ୍ଥାନମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ୍ ।। 4/7
ବା ରୂପାନ୍ତରରେ ଓଡିଆ କବି କହିଲେ ;
ଧର୍ମ ବ୍ୟଭିଚାର ହେଲେ ଜଗତରେ, ଆସ ତୁମେ ଅବତରି ।
ଧର୍ମର ସଂସ୍କାର କର ବାରମ୍ବାର ,ନୂଆ ନୂଆ ରୂପ ଧରି ।।

ଏହି ଉକ୍ତିର ଯଥାର୍ଥତା ଆମେ ଯୁଗ ଯୁଗରୁ ଦେଖି ଆସୁଛୁ । ତ୍ରେତୟାରେ ପ୍ରଭୁ ଶ୍ରୀରାମଙ୍କ ରୂପରେ, ଦ୍ୱାପରରେ ଯୋଗେଶ୍ୱର ଶ୍ରୀକୃଷ୍ଣଙ୍କ ରୂପରେ ଏବଂ କଳିରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୂପରେ ଆବିର୍ଭାବ ହୋଇ ସର୍ବଦା ମାନବ ଧର୍ମର ରକ୍ଷା କରିଆସୁଛନ୍ତି । ଯେତେବେଳେ ସମଗ୍ର ଭାରତ ବର୍ଷ ଅଧର୍ମିଙ୍କ କବଳରେ ପଡି, ତାହାର ସନାତନ ସଂସ୍କୃତିର ଅଧଃପତନ ହେବାକୁ ଲାଗିଥିଲା, ସେତେବେଳେ ଦେଶର ବିଭିନ୍ନ ଅଞ୍ଚଳରେ ଅନ୍ୟାନ୍ୟ ମହାପୁରୁଷ ମାନଙ୍କ ମଧ୍ୟରେ ଆବିର୍ଭାବ ହୋଇଥିଲେ ସ୍ୱାମୀ ରାମକୃଷ୍ଣ ପରମହଂସ ଏବଂ ସ୍ୱାମୀ ବିବେକାନନ୍ଦ । ସେମାନଙ୍କ ଭାରତୀୟ ସଂସ୍କୃତି ରକ୍ଷା କରିବାରେ ଦାନ ଅତୁଳନୀୟ ।ସ୍ୱାମୀ ବିବେକାନନ୍ଦ ଥିଲେ ଯୁଗ ପୁରୁଷ, ଯେ କି ସମଗ୍ର ଭାରତ ବର୍ଷ ସହିତ ବିଦେଶରେ ମଧ ସନାତନ ସଂସ୍କୃତିର ରକ୍ଷା ପାଇଁ ଏକ ଜନ ଜାଗରଣ ସୃଷ୍ଟି କରିଥିଲେ ।ତାଙ୍କର ପ୍ରଧାନ ମନ୍ତ୍ର ଥିଲା ' ମନୁଷ୍ୟ ଗଠନ ଓ ରାଷ୍ଟ୍ର ନିର୍ମାଣ '।ସେ ତାଙ୍କର ଏହି ମନ୍ତ୍ରଦ୍ୱାରା ଭାରତୀୟ ଜନସାଧାରଣଙ୍କୁ ପ୍ରବର୍ତ୍ତିତ କରାଇଥିଲେ । ଏହି ପୃଷ୍ଠ ଭୂମିରେ, 1986 ମସିହାରେ, ମହାରାଷ୍ଟ୍ର ପ୍ରଦେଶର ଏକ ଛୋଟିଆ ସହର ସଂଗମନେର ରେ ପ. ପୂ. ସ୍ୱାମୀ ଗୋବିନ୍ଦଦେବ ଗିରିଜୀ ମହାରାଜ ଗୋଟିଏ ଚାରା ଲଗାଇଥିଲେ, ଯାହାର ନାମ ' ଗୀତା ପରିବାର ' ।ସେହି ଚାରା ଆଜି ଏକ ବିଶାଳକାୟ ବୃକ୍ଷର ରୂପ ନେଇଛି, ଯାହାର ଶାଖା ପ୍ରଶାଖା ବର୍ତ୍ତମାନସୁଦ୍ଧା 167 ଦେଶରେ ବିସ୍ତାରିତ ହୋଇଛି ।ସ୍ୱାମୀ ବିବେକାନନ୍ଦଙ୍କ ମନ୍ତ୍ରକୁ ପ୍ରାକୃତ ସ୍ତରରେ ରୂପଦେବାପାଇଁ ଗୀତା ପରିବାର ସଂକଳ୍ପବଦ୍ଧ । ଏହି ସଂକଳ୍ପ ଦିଶାରେ ସ୍ୱାମୀଜୀ ଏକ ଲକ୍ଷ ନିର୍ଧାରଣ କରିଛନ୍ତି, ଯାହାର ନାମ ' ଗୀତା ପଢନ୍ତୁ, ପଢାନ୍ତୁ ଏବଂ ଜୀବନରେ ଆପଣାନ୍ତୁ ' । ଶ୍ରୀମଦ୍‌ଭଗବଦ୍ଗୀତା ମାଧ୍ୟମରେ ସ୍ୱାମୀ ବିବେକାନନ୍ଦଙ୍କ ଅଭିପ୍ସା ପୂର୍ଣ୍ଣ ହୋଇପାରିବ, ଏହା ସ୍ୱାମୀ ଗୋବିନ୍ଦଦେବ ଗିରିଜୀଙ୍କ ଦୃଢ ବିଶ୍ୱାସ । ଯେହେତୁ ଶ୍ରୀମଦ୍‌ଭଗବଦ୍ଗୀତା ସ୍ୱୟଂ ଭଗବାନଙ୍କ ଶ୍ରୀମୁଖ ନିଃସୃତ ବାଣୀ, ଯାହାକୁ ପଞ୍ଚମ ବେଦ ବି କୁହାଯାଏ , ତାକୁ ଜୀବନ ଶାସ୍ତ୍ର ରୂପରେ ସ୍ୱାମୀଜୀଙ୍କ ଲକ୍ଷକୁ ପୂର୍ଣ୍ଣ କରିବା ଉଦ୍ଦେଶରେ ଗ୍ରହଣକରି, ଜନ୍ମ ନେଲା 'ଲର୍ଣ୍ଣ ଗୀତା ' କାର୍ଯ୍ୟକ୍ରମ ।

ସ୍ୱାମୀଜୀଙ୍କ ତିନୋଟି ଲକ୍ଷକୁ ରୂପାନ୍ତରିତ କରିବପାଇଁ, ଲର୍ଣ୍ଣ ଗୀତା ଗୋଟିଏ ପଥ ଚିତ୍ର (Road Map) ଅଙ୍କନ କରିଛି, ଯଦ୍ୱାରା ସମଗ୍ର ବିଶ୍ୱର ଜନତା ଅତି ସହଜରେ ଗୀତା ଅଧ୍ୟୟନ ଶିଖିପାରିବେ । ପ୍ରଥମ ଲକ୍ଷ - ଗୀତା ପଢନ୍ତୁ କୁ ସହଜ ସୁଗମ କରିବାପାଇଁ, ସର୍ବ ପ୍ରଥମ ଆବଶ୍ୟକତା, ଶୁଦ୍ଧ ଉଚ୍ଚାରଣ ଓ କଣ୍ଠସ୍ଥିକରଣ ଶିଖାଇବା ସକାଶେ ତାଲିମପ୍ରାପ୍ତ ଦକ୍ଷ ପ୍ରଶିକ୍ଷକ, ଯାହା ଗୀତା ପରିବାର ନିର୍ମାଣ କରେ। ତା ସହିତ ଶିକ୍ଷାର ସହାୟତାପାଇଁ ସମସ୍ତ ପ୍ରକାର ପିଡିଏଫ୍, ଅଡିଓ ଓ ଭଡିଓ ଇତ୍ୟାଦି ଯୋଗେଇଦିଆଯାଏ ।ସବୁଠାରୁ ବଡ ଖୁସିର ବିଷୟ ଏହା ଯେ ଶ୍ରେଣୀ ସ୍ୱ ସ୍ୱ ଘରର ସୁବିଧାରୁ ଅନଲାଇନ ମାଧ୍ୟମରେ ହୁଏ । ତାହା ପୁଣି ସକାଳ 5ଟାରୁ ରାତ୍ରୀ 2ଟା ପର୍ଯ୍ୟନ୍ତ 18ଟି ସମୟ ସାରଣୀରେ ଜୁମ୍ ମାଧ୍ୟମରେ ଅନୁଷ୍ଠିତ ହୁଏ ।ଏହିପରି ଦକ୍ଷ ଶିକ୍ଷା ପ୍ରଣାଳୀଦ୍ୱାରା, ପ୍ରଶିକ୍ଷାର୍ଥୀମାନେ ଅନାୟାସରେ ସଂପୂର୍ଣ୍ଣ 18 ଅଧ୍ୟାୟର ଶୁଦ୍ଧ ସଂସ୍କୃତ ଉଚ୍ଚାରଣ ଚାରୋଟି ସ୍ତରରେ ଶିକ୍ଷା କରନ୍ତି । ଆଜିର ଉତ୍ତମ ପ୍ରଶିକ୍ଷାର୍ଥୀ ତାଲିମ ଲାଭକରି କାଲିର ପ୍ରଶିକ୍ଷକ ହୁଅନ୍ତି । ଏହିପରି ଦ୍ୱିତୀୟ ଲକ୍ଷ - ପଢାନ୍ତୁର ରୂପାନ୍ତରଣ ହୁଏ। ଯେପରି ପ୍ରଥମ ଓ ଦ୍ୱିତୀୟ ଲକ୍ଷର ରୂପାନ୍ତରଣ ହୁଏ, କାଳକ୍ରମେ ସାଧକଙ୍କ ଜୀବନ ଶୈଳୀବଦଳିବାକୁ ଲାଗେ । ଏହାର ଭୁକ୍ତଭୋଗୀ ଅନେକ ସାଧକ, ତାଙ୍କ ଜୀବନରେ ଆସିଥିବା ସକାରାତ୍ମକ ପରିବର୍ତ୍ତନ ବ୍ୟକ୍ତ କରିଥାନ୍ତି ।ସପ୍ତାହନ୍ତେ ହେଉଥିବା ଅର୍ଥ ବିବେଚନ ସତ୍ର ପରିବାରର ଏକ ଅଭିନବ କଳ୍ପନା ।ବରିଷ୍ଠ ଅନୁଭବ ସଂପନ୍ନ ପ୍ରଶିକ୍ଷକ, ଯେଉଁମାନଙ୍କ ଜୀବନ ପରିପ୍ରେକ୍ଷିରେ ଗୀତାର ପାରଦର୍ଶିତା ଅଛି, ସେମାନେ ଏହି ଅର୍ଥ ବିବେଚନ ସେବା ପ୍ରଦାନ କରନ୍ତି । ଏହି ବିବେଚନ ସତ୍ର ଅନ୍ତରେ ସିଧା ସଳଖ ପ୍ରଶ୍ନୋତ୍ତରୀଦ୍ୱାରା ସାଧକମାନଙ୍କ ଅନେକ ସଂଶୟର ଦୂରିକରଣ ହୁଏ ଏବଂ ସେମାନେ ବହୁତ ଲାଭାନ୍ୱିତ ହୋଇଥାନ୍ତି ।ଏହି ପ୍ରକାରେ ତୃତୀୟ ଲକ୍ଷ - ଜୀବନରେ ଆପଣାନ୍ତୁର ଧିରେ ଧିରେ ରୂପାନ୍ତରଣ ହୁଏ । ଏହି ପ୍ରକଳ୍ପରେ ସବୁଠାରୁ ଆଶ୍ଚର୍ଯ୍ୟ, କିନ୍ତୁ ସଂପୂର୍ଣ୍ଣ ସତ୍ୟ ବିଷୟ ହେଉଛି, ଉକ୍ତ ସମସ୍ତ କାର୍ଯ୍ୟ ପୂର୍ଣ୍ଣ ଭାବରେ ନିଃଶୁଳ୍କ ।ତେଣୁ ଏହା ଏକ ବିଶ୍ୱ ସ୍ତରୀୟ ନିଃସ୍ୱାର୍ଥପର ସେବାରେ ପରିଣତ ହୋଇପାରିଛି। ସମଗ୍ର ବିଶ୍ୱରେ 5000ରୁ ଅଧିକ ସ୍ୱେଚ୍ଛାସେବୀ କାର୍ଯ୍ୟକର୍ତ୍ତା ଅହରାତ୍ର ଏହି ମହା ଯଜ୍ଞରେ ନିଯୁକ୍ତ ଅଛନ୍ତି ।

ଶ୍ରୀ ଭଗବାନଙ୍କ ଗୀତାର ମହାନ୍ ବାଣୀ ' କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ 'ର ଏହି ସେବା ଏକ ପ୍ରତ୍ୟକ୍ଷ ଦୃଷ୍ଟାନ୍ତ ।

ଏହିପରି ଲର୍ଣ୍ଣ ଗୀତା ମାଧ୍ୟମରେ ସ୍ୱାମୀ ବିବେକାନନ୍ଦଙ୍କ ସଂକଳ୍ପ ପୂର୍ଣ୍ଣକରିବା ସକାଶେ ସ୍ୱାମୀ ଗୋବିନ୍ଦଦେବ ଗିରିଜୀଙ୍କ ପ୍ରଦର୍ଶିତ ମାର୍ଗରେ ଲର୍ଣ୍ଣ ଗୀତାଏକ ସକାରାତ୍ମକ ପ୍ରୟାସ । ଆସନ୍ତୁ ଗୀତା ପଢିବା, ପଢେଇବା ଏବଂ ଜୀବନରେ ଆତ୍ମସାତ୍ କରିବା, ତଦ୍ୱାରା ନିଜର ମନୁଷ୍ୟତ୍ୱର ବିକାଶ ସହିତ ରାଷ୍ଟ୍ର ନିର୍ମାଣ କାର୍ଯ୍ୟରେ ନିଯୁକ୍ତ ହେବା ।

  • Shri Keshav Petro
मूल अंक के पृष्ठ देखें १ पृष्ठ
मूल अंक, पृष्ठ ४०